ପଦ୍ମ ପୋଖରୀ
ଶୁଭେନ୍ଦୁ ଆଶ୍ରମ ଭିତରେ ପ୍ରବେଶ କରିବା ସମୟକୁ ତା’ଠାରେ ମିଶ୍ର ପ୍ରତିକ୍ରିୟ ଥିଲା । ଛାତି ଭିତର ରୁନ୍ଧି ହୋଇଯାଉଥିଲା । ଦୁଃଖରେ। ତା' ସହିତ କୁହୁଳୁଥିଲା କ୍ରୋଧ ଜୀବନରେ ଏଇ ପ୍ରଥମଥର ସେ ଆଶ୍ରମ ଭିତରେ ପ୍ରବେଶ କରୁଛି । ଦରମେଲା କବାଟକୁ ଠେଲି । ନା, କହିବାକୁ ଗଲେ ଦ୍ବିତୀୟଥର। ସେଦିନ ସକାଳୁ ଫୋନ୍ ବାଜିଥିଲା। ସେ ଫୋନ୍ ଧରିବା ପୂର୍ବରୁ ବାପା ଉଠାଇଥିଲେ ହଁ ହଁ ପାଇଲି।... ଠିକ୍ ଅଛି। ଏବେ ପଠାଇ ଦେଉଛି ।.... ଦେଖେ !
ସକାଳ ପ୍ରହର 2ର। ଆଠଟା ବାଜି ବାଜି ସାରିଥିଲା । ଶୁଭେନ୍ଦୁ ବିଛଣାରେ ଚା’ ପିଇ ଖବରକାଗଜ ଓଲଟାଉଥିଲା। ବୋତ୍ତର ତାଗିଦା ଥିଲା ମାଛ ପାଇଁ ପାଇଁ ବଜାର ଯିବାର । ଆଳୁ... ପିଆଜ... ପରିବା। ଉଠୁଉଠୁ ହେଉଥିଲା ଥିଲା । ବାପାଙ୍କ ନରେ ଦାଣ୍ଡକୁ ଗଲା । ତୋର ଆଜି କଲେଜ ନାହିଁକି ହିଁକିରେ ? ଆଜି ରବିବାର । ସେ ଉତ୍ତର ଦେଲା। ଓ ! ବାପା କହିଲେ ଓ ଆଦେଶ ଦେବା ଭଙ୍ଗୀରେ ଅନୁରୋଧ କଲେ -ରଜତ ଗୋଟେ ଫାଇଲ୍ ଛାଡ଼ିଯାଇଛି । ତା' ଭିତରେ ଟଙ୍କା ଅଛି। ତା'ର ଜରୁରୀ ଦରକାର । ତୁ ତୁ ଟିକେ ନେଇଯା ।
ଏତିକି କହି ବାପା ତାଙ୍କ କାମରେ ଲାଗିଯାଇଥିଲେ। କାରଣ ଏ ଫାଇଲ୍ ସହିତ ତାଙ୍କର କୌଣସି ସମ୍ପର୍କ ନଥୁଲା କିମ୍ବା ଟଙ୍କାରେ । ଶୁଭେନ୍ଦ୍ର ଭନ୍ଦୁ ଯିବା ପାଇଁ କାଳେ ମନା କରିଦେବ, ଏ ଆଶଙ୍କା ମଧ୍ୟ ରହିଥିଲା । ଦାଣ୍ଡପିଣ୍ଡାରେ ଠାଏ ଠାଏ ଠାଏ ସିମେଣ୍ଟ ଛାଡ଼ି ଯାଇଥିଲା । ବାପା ସେଥିରେ ସିମେଣ୍ଟ ଲେସୁଥି ଥିଲେ । ବାପାଙ୍କୁ ବଢ଼େଇ, ମିସ୍ତ୍ରୀ, ଇଲେକ୍ଟ୍ରିସିଆନ, ମାଳି, ଡାକ୍ତରୀ... ସବୁ ବିଦ୍ୟା ଜଣା । ଏବଂ ବାପାଙ୍କୁ ସାହାଯ୍ୟ କରିବା ପାଇଁ ଖୁବ୍ ତତ୍ପର ଥିଲା ରଜତ । ଏକଦା । ସେ ତାଙ୍କର ପଟ୍ଟଶିଷ୍ୟ ଥିଲା । ପିଲାଦିନରୁ !
0 Comments:
Post a Comment
Subscribe to Post Comments [Atom]
<< Home